Sunil Kumar Dhal
14/04/2026
ସମସ୍ତଙ୍କୁ ଓଡିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ର ହାର୍ଦ୍ଦିକ ଶୁଭକାମନା Iଏହି ପବିତ୍ର ଦିନରେ ଆମେ ସମସ୍ତଙ୍କ ପାଇଁ
1.Free Internet Service ବ୍ୟବସ୍ଥା ର ଶୁଭାରମ୍ଭ କରିବାକୁ ଯାଉଛୁ 2. ପଞ୍ଚାୟତ ରେ ଥିବା Maa to Mouse Centre ରେ ଥିବା Computer ଗୁଡିକରେ Internet ସଂଯୋଗୀକରଣ କରାଯାଇଛି I
3.ମୁଖ୍ୟତଃ ଯେଉଁ ଭାଇ ଭଉଣୀ ମାନେ କୌଣସି କଲେଜ ରେ ନାମ ଲେଖା ଆବେଦନ ହେଉ କି କୌଣସି ଚାକିରି ପାଇଁ ଆବେଦନ ହେଉ ବିନା ଖର୍ଚ୍ଚ ରେ ଏବେ ଆବେଦନ କରିପାରିବେ I
4.ସାଧାରଣ ଲୋକମାନେ ସରକାରଙ୍କ କୌଣସି ଯୋଜନା ଯେମିତିକି ସୁଭଦ୍ରା କି ଆୟୁଷ୍ମାନ କାର୍ଡ ହେଉ ଯେ କୌଣସି ଯୋଜନା ରେ ଅନର୍ଭୂକ୍ତ ହେବା ପାଇଁ ଆଉ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡିବନି ଆପଣ ମାଗଣାରେ Internet ବ୍ୟବହାର କରି ଆବେଦନ କରିପାରିବେ
5.ଆଉ ଗୋଟିଏ କଥା ହେଲା Basic Computer Knowledge ର class ଆମ ସ୍କୁଲ ପିଲାମାନେ,ସ୍ଵୟଂ ସହାୟକ ଗୋଷ୍ଠୀ ର ମାଆ ମାନେ କି ଯୁବକ ଭାଇ ଭଉଣୀ ମାନେ Maa to Mouse Computer Centre ରେ Free Class ମାଧ୍ୟମ ରେ ଶିଖିପାରିବେ l
କେବଳ ମା ଚଣ୍ଡୀ ଭରସା 🙏
03/04/2026
ଯେତେବେଳେ ସରପଞ୍ଚ ହେଲି ମୋର ପ୍ରଥମ କାମ ଥିଲା ପଞ୍ଚାୟତବାସିଙ୍କ ଗମନାଗମନ ସୁବିଧା I କାରଣ ଗୋଟିଏ ବି ଗାଡି ର ସୁବିଧା ନଥିଲା I ତେଣୁ ପ୍ରଥମେ ଡମୋଳ ରୁ କିପରି ଲୋକମାନେ କଟକ,ଭୁବନେଶ୍ବର ଯିବେ ସେଥିପାଇଁ ଚେଷ୍ଟା କରିଥିଲି ଓ ମା ଚଣ୍ଡି ଙ୍କ କୃପାରୁ ଆମ ଗାଁ ରୁ କଟକ ଭୁବନେଶ୍ବର କୁ AC ବସ୍ ଚାଲୁ ଅଛି I କିନ୍ତୁ ମନରେ ଗୋଟିଏ ଅବଶୋଷ ରହିଥିଲା ଯେ ପ୍ରତ୍ୟେକ ଦିନ ଆମ ପଞ୍ଚାୟତ ଲୋକମାନେ ରୋଜଗାର ପାଇଁ ତାଳଚେର,ଅନୁଗୋଳ ଉପରେ ନିର୍ଭରଶୀଳ ତେଣୁ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ତଥା ଶାସନ ସଚିବଙ୍କୁ ଅନୁରୋଧ କରିଥିଲି ଯେ ଆମ ପଞ୍ଚାୟତ ଦେଇ ଅତି କମ୍ ରେ ବହ୍ଲର ଛକ ପର୍ଯ୍ଯନ୍ତ ଗାଡି ଚଳାଚଳ କଲେ ଆମେ ତାଳଚେର,ଅନୁଗୋଳ କୁ ପ୍ରତିଦିନ ରୋଜଗାର ପାଇଁ ଯାଇପାରିବୁ I ମା ଚଣ୍ଡିଙ୍କ କୃପାରୁ ମୋର ସେ ଆଶା ବି ଆଜି ପୁରଣ ହେଇଗଲା I ଆଜିଠାରୁ ଆମ ପଞ୍ଚାୟତ ଦେଇ ପରଜଙ୍ଗ ଠାରୁ ବହ୍ଲର ପର୍ଯ୍ୟନ୍ତ ଗାଡି ଚଳାଚଳ କଲା I ମୁଁ ଆମ ପଞ୍ଚାୟତ ତରଫରୁ ସରକାରଙ୍କୁ ତଥା ଆମ ପରଜଙ୍ଗ BDO ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି I ଜୟ ମା ଚଣ୍ଡି 🙏
24/03/2026
ଆଜି ଆମ ପଞ୍ଚାୟତ ପାଇଁ ଏକ ଗୌରବ ର ଦିନ I ଆଜି ରାଜ୍ଯ ସରକାରଙ୍କ ତରଫରୁ ଡମୋଳ ପଞ୍ଚାୟତ କୁ ଟି.ବି. ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିଛନ୍ତି ଏବଂ ଏଥିପାଇଁ ଆମ ପଞ୍ଚାୟତ କୁ ବ୍ରୋଞ୍ଜ ପଦକ ମିଳିଛି I ଏହା କେବଳ ମା ଚଣ୍ଡିଙ୍କ କୃପା ଆଉ ଏ ପଦକ ର ହକଦାର ଆପଣମାନେ I ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ର ବିଷୟ I
ଆଜି ଢେଙ୍କାନାଳ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କଲି ଏବଂ ପଞ୍ଚାୟତ ରେ ଅତିଶୀଘ୍ର Subcentre ଖୋଲିବା ପାଇଁ ନିବେଦନ କଲି I
ଜୟ ମା ଚଣ୍ଡି l
Click here to claim your Sponsored Listing.
Category
Contact the public figure
Website
Address
Talcher