24Hours

24Hours

Share

08/01/2026

ବଡ଼ ଧରଣର ଗାଡ଼ି ଚୋରି ଗ୍ୟାଙ୍ଗକୁ ଧରିବାରେ ରଘୁନାଥପାଲୀ ପୋଲିସ ସଫଳ ହୋଇଛି।

04/01/2026

ରାଉରକେଲା: ସେକ୍ଟର-୧୯ ଥାନା ଅଞ୍ଚଳରେ ଜଣେ ମହିଳାଙ୍କଠାରୁ ଲୁଟ୍ ହୋଇଥିବା ମାମଲାର ସଫଳ ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ। ଗତ ୩୧ ଡିସେମ୍ବର ୨୦୨୫ରେ ଫିଟନେସ୍ ପାର୍କ ନିକଟରେ ପୂଜା ରାୱାନୀ ନାମକ ଜଣେ ମହିଳାଙ୍କଠାରୁ ବାଇକରେ ଆସି ବ୍ୟାଗ୍ ଲୁଟି ନେଇଥିବା ଦୁଇଜଣ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

30/12/2025

ଅନ୍ତରାଜ୍ୟ ଅସ୍ତ୍ର ଲାଇସେନ୍ସ ରାକେଟ ଗିରଫ I

19/12/2025

ରାଉରକେଲା ରେ ଗଡିବ ୧୦୦ ଇ-ବସ I

13/12/2025

ଦୁର୍ଘଟଣା ରେ ରାଉରକେଲା ର ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟନାୟକ ଆହତ l ରାଉରକେଲା ର ବରିଷ୍ଟ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ଙ୍କ ସଡ଼କ ଦୁର୍ଘଟଣାରେ ଗୁରୁତର ଅବସ୍ତାରେ କଟକ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ଆଜି ସକାଳେ ରାଉରକେଲାରୁ ନିଜ କାର ଯୋଗେ ସ୍ତ୍ରୀ ଇତିଶ୍ରୀ ପଟ୍ଟନାୟକ, ପୁଅ ସହ ମିଶି ନିଜେ ଦେବ ବ୍ରତ ପଟ୍ଟନାୟକ ପରିବାର ସହ ଭୁବନେଶ୍ୱରକୁ ଯାଉଥିଲେ । ଦେବବ୍ରତ ପଟ୍ଟନାୟକ ନିଜେ କାର ଚଲାଉଥିଲେ । ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଠାରେ ସଡ଼କ ଘଟିଛି ଦୁର୍ଘଟଣା । ସ୍ତ୍ରୀ ଇତିଶ୍ରୀ ପଟ୍ଟନାୟକ ଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଦେବବ୍ରତ ପଟ୍ଟନାୟକ ଙ୍କ ଛାତି ମାଡ ହୋଇଛି । ଦୁର୍ଘଟଣା ଏତେ ବଡ ଧରଣର ଥିଲା ଯେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

18/11/2025

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ସଭାରେ ନାଲି ନାଲି ଚୌକି ପଡ଼ିଛି ହଜାର ହଜାର କିନ୍ତୁ ଲୋକ ଅଛନ୍ତି ହାତ ଗଣତି । ସତେ ଯେପରି ଲାଗୁଥିଲା ଚୌକି ମାନଙ୍କୁ ପ୍ରଶାସନ ଏହି ସଭା ଦେଖିବାକୁ ଡାକିଥିଲେ । ଏହି ସବୁ ଦେଖି ସରକାରୀ ସଭାଟି ସମ୍ପୂର୍ଣ୍ଣ ବିଫଳ ହୋଇଛି ପରି ଲାଗୁଥିଲା ।

02/11/2025

ଜାମସେରା ରେ ମଦଭାଟି କୁ ବିରୋଧ

25/10/2025

RGH : ଦୁର୍ନୀତି ର ଗନ୍ତାଘର
ଠକୁଛନ୍ତି ଠିକା ସଂସ୍ଥା, ସରକାରୀ ଅର୍ଥ ଚଳୁ କରିବାରେ ବ୍ୟସ୍ତ

23/10/2025

ଜବତ ହୋଇ RTOଙ୍କ ହେପାଜତରେ ଥିବା ଟ୍ରକର ଚୋରି ହୋଇଗଲା ବ୍ୟାଟେରୀ ଓ ଷ୍ଟେପନି

11/10/2025

ଝାଡଖଣ୍ଡ ସୀମାନ୍ତ, ଜରେଇକେଲା ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଦୁଇ ଦୁଇଟି IED blast ଘଟଣାରେ ରେ ଦୁଇ ଯବାନ ଗୁରୁତର ଜଣେ ଯବାନ ସହୀଦ । ପ୍ରାଥମିକ ପର୍ଯ୍ୟାୟରେ ତିନି ଗୁରୁତର ଯବାନଙ୍କୁ ରାଉରକେଲା ଇସ୍ପାତ ସୁପର ସ୍ପେସାଲୀଟି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ କନେଷ୍ଟବଳ ମହେନ୍ଦର୍ ଲକ୍ସର୍ ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟିଥିଲା l ସହିଦ ଯବାନ କନେଷ୍ଟବଳ ମହେନ୍ଦର୍ ଲକ୍ସର୍ ଙ୍କ ଘର ଆସାମ ର ନଗାଓଁ ବୋଲି ଜଣା ପଡିଛି l ସହିଦଙ୍କ ମର ଶରୀରକୁ ଆଜି ଭୋର ରୁ ରାଞ୍ଚି ସ୍ଥାନାନ୍ତର କରାଯାଇଥିବା ବେଳେ, ରାଞ୍ଚିରେ ଗାର୍ଡ ଅଫ ଅର୍ନର ଦିଆଯିବା ପରେ ତାଙ୍କ ପୈତୃକ ଗାଁ ଆସାମକୁ ପଠାଇ ଦିଆଯିବ ଓ ସେଠାରେ ଆନ୍ତେଷ୍ଟି କ୍ରିୟା କରାଯିବ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଇନ୍ସପେକ୍ଟର କୌଶଳ କୁମାର ମିଶ୍ର, ASI ରାମକୃଷ୍ଣ ଗଗରାଇ ଙ୍କ ରାଉରକେଲା ଇସ୍ପାତ ସୁପର ସ୍ପେଶାଲିଟି ରେ ଚିକିତ୍ସା କରାଯାଊଥିବା ବେଳେ ଉଭୟ ଗୁରୁତରଙ୍କୁ ଦିନ 11 ଟା ରେ ରାଞ୍ଚିକୁ ଏୟାର ଲିଫ୍ଟ କରାଯିବ ବୋଲି ସୂଚନା ରହିଛି ।

09/10/2025

ରାଉରକେଲା ପୋଲିସ ହାତରେ କୁଖ୍ୟାତ ବାଇକ୍ ଚୋର। ୯ଟି ବିଭିନ୍ନ କମ୍ପାନୀ ର ବାଇକ୍ ଜବତ୍। ଆଜି ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ହାତରେ ଲାଗିଛି କୁଖ୍ୟାତ ବାଇକ୍ ଚୋରା । ଧରାପଡ଼ିଥିବା ବାଇକ୍ ଚୋର ଛେଣ୍ଡ ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳ ର ଅକ୍ଷୟ କୁମାର ବେହେରା, ଯାହାର ବୟସ ୫୧ ବର୍ଷ ବୋଲି ଜଣାପଡିଛି ।

08/10/2025

ଆନ୍ତଃରାଜ୍ୟ ସାଇବର ଠକ ଗିରଫ l ଠକକୁ ଗିରଫ କରିଛି ରାଉରକେଲା ଉଦିତ ନଗର ପୋଲିସ । ଗିରଫ ଠକର ନାଁ ପି. ସୁଧିର ବୟସ ପାଖାପାଖି ୨୨ ଘର ଆନ୍ଦ୍ରପ୍ରଦେଶ ବିଶାଖାପାଟାନାମ୍ ।

Want your business to be the top-listed Media Company in Rourkela?
Click here to claim your Sponsored Listing.

Website

Address


Main Road, Chhend Colony
Rourkela
769015