VIRA

VIRA

Share

VIRACINEPRO a broadcasting & media production unit.we have our own web channel, internet radio channel,audio visual recording studio.audio visual pre & post production unit available.official [email protected]. website-viracinepro.net.contact or whatsapp- 7008022508,8249883208.

16/01/2024

Coming soon....singer Anil bawra... recorded....vira cine production.... video...avi n team.stay tuned

25/06/2022

ହେଲୋ ମୋ ନିଝୁମ ରାତିର ସୁଇଟ ଫ୍ରେଣ୍ଡସ। ମୁଁ ସୋମ ପୁଣିଥରେ ମୋ ବ୍ଲଗକୁ ଆପଣ ମାନଙ୍କୁ ସ୍ୱାଗତ କରୁଛି। ଏଥର ଏକ ସୁନ୍ଦର ମୋରାଲ ନଲେଜ ଥିବା ସଂସ୍କୃତ ଶ୍ଲୋକକୁ ଆପଣମାନଙ୍କ ପାଖକୁ ନେଇ ଆସିଛି।

ଏହି ଶ୍ଲୋକଟି ଆମେ ମାନେ ସ୍କୁଲ କି କଲେଜ ସମୟରେ ନିଶ୍ଚୟ ପଢିଥିବା। କେତେକ ବନ୍ଧୁଗଣ ଏହାକୁ ମନେ ରଖିଥିବେ ଆଉ କିଛି ବନ୍ଧୁ ବୋଧ ହୁଏ ଭୁଲି ଯାଇଥିବେ। ଯେଉଁ ବନ୍ଧୁମାନେ ଭୁଲି ଯାଇଛନ୍ତି ଆପଣଙ୍କ ସୋମ ସେମାନଙ୍କୁ ମନେ ପକାଇ ଦେବ।

ଯେଉଁମାନେ ମନେ ରଖିଛନ୍ତି ସେମାନଙ୍କୁ ସୋମର ବହତ ସାରା ପ୍ୟାର।

ତେବେ ଆସନ୍ତୁ ନା ଶ୍ଲୋକଟି କଣ ଓ ଏହାକୁ କିଏ ରଚନା କରିଛନ୍ତି ସେହି ମହାନ ପଣ୍ଡିତଙ୍କ ସମ୍ପର୍କରେ ଟିକେ ଜାଣି ନେବା।

ବନ୍ଧୁଗଣ ଶ୍ଲୋକଟିକୁ ମହାନ ପଣ୍ଡିତ ଚାଣକ୍ୟ ରଚନା କରିଛନ୍ତି। ଶ୍ଲୋକଟି ଆମ ବର୍ତ୍ତମାନ ସମାଜ ପାଇଁ ବେଶ ପ୍ରଯୁଜ୍ୟ।

ତେବେ ଆସନ୍ତୁ ପ୍ରଥମେ ଜାଣିନେବା ଏହି ସୁନ୍ଦର ଓ ମାନମୁଗ୍ଧକର ଶ୍ଲୋକଟି କଣ।

ଶ୍ଳୋକ

ହସ୍ତସ୍ୟ ଭୂଷଣମ ଦାନମ....
ସତ୍ୟମ କଣ୍ଠସ୍ୟ ଭୂଷଣମ.....

ସ୍ରୋତସ୍ୟ ଭୂଷଣମ ଶାସ୍ତ୍ରମ.....
ଭୂଷଣେଇ କିଂ ପ୍ରୟୋଜନମ.....

ବନ୍ଧୁଗଣ ମହାନ ପଣ୍ଡିତ ଚାଣକ୍ୟଙ୍କ ଏହି ଶ୍ଲୋକର ଅର୍ଥ ବହୁତ ଗହନ।
ଏହା ଆମମାନଙ୍କୁ ଢେର ସାରା ମୋରାଲ ନଲେଜ ଦେବ। ତେବେ ଆସନ୍ତୁ ଫଟାଫଟ ଜାଣିନେବା ଏହାର ମିନିଂ।

ବନ୍ଧୁଗଣ ଭୂଷଣ ଅର୍ଥ ଅଳଙ୍କାର। ହାତର ଭୂଷଣ ସୁନା ବ୍ରେସଲେଟ ପିନ୍ଧିବା ନୁହେଁ। ହାତର ଭୂଷଣ ହେଉଛି ଦାନ କରିବା। ଦାନ କଲେ ହାତର ଭୂଷଣ ଶୋଭାପାଏ। କିନ୍ତୁ ଆଜିକାଲି ଲୋକେ ହାତରେ ମୋଟା ମୋଟା ସୁନା ବ୍ରେସ ଲେଟ ପକାଇ ହାତର ଭୂଷଣକୁ ବୃଦ୍ଧି କରିବାରେ ବ୍ୟସ୍ତ ଅଛନ୍ତି। ଜୁଏଲାରୀରେ ପ୍ରତିଦିନ କୋଟି କୋଟି ଟଙ୍କାର ବ୍ରେସଲେଟ ବିକ୍ରି ହେଉଛି। ଲୋକେ ଖୁବ ଆନନ୍ଦରେ ଏହାକୁ କିଣି ଘରକୁ ଆଣୁଛନ୍ତି। କିନ୍ତୁ ଯଦି ସୁନା ଦୋକାନ ଆଗରେ ଭିକାରୀଟିଏ ଟଙ୍କାଟିଏ ଭିକ ମାଗୁଛି ତାଙ୍କୁ ଟଙ୍କାଟିଏ ଦାନ କରିବା ପାଇଁ ଆମ ହାତ ଯାଉ ନାହିଁ। ତେଣୁ ବନ୍ଧୁଗଣ ପ୍ରକୃତ ଭୂଷଣ କଣ ଆମେ ଜାଣି ପାରୁନାହୁଁ।

ଶେଷରେ ସେହି ଭୂଷଣ ପାଇଁ ଆମେ ବାଡ଼ିଆ ପିଟା ହେଉଛୁ। ଏହି ଭୂଷଣ ପାଇଁ ଆମ ଜୀବନ ଦୀପ ମଧ୍ୟ ଅନେକ ସମୟରେ ଲିଭି ଯାଉଛି। କାରଣ ଚୋର ଟସ୍କର ଏହାକୁ ଲୁଟିବା ପାଇଁ ଆମକୁ ହତ୍ୟା କରିବାକୁ ପଛାଉ ନାହାଁନ୍ତି। ତଥାପି ଏହି ମାୟାରୁପି ମଣିଷ ତାହାକୁ ବୁଝି ପାରୁନାହିଁ। ସେହି ମୂଲ୍ୟହୀନ ଭୂଷଣ ପଛରେ ଧାଇଁଛି।

ସେହିପରି କଣ୍ଠର ଭୂଷଣ ହେଉଛି ସତ୍ୟ କହିବା। କିନ୍ତୁ ଆମେ ଜୀବନ ସାରା ମିଛ କହୁଛେ ଓ ମୋଟା ମୋଟା ସୁନା ଚେନ ପକାଇ କଣ୍ଠର ଭୂଷଣ ବଢାଇବାକୁ ଚେଷ୍ଟା କରୁଛେ। କିନ୍ତୁ ବାସ୍ତବରେ କଣ୍ଠର ଭୂଷଣ କିଏ ଆମେ ସେ କଥା ଭୁଲି ଯାଉଛେ। ଆମେ ଯଦି ସତ କହିବା ତାହାହେଲେ ତାହା ଆମର ଭୂଷଣ ପାଲଟିବ। ହେଲେ ବହେ ମିଛ କହି ସୁନା ଚେନ ପକାଇଲେ ଜୀବନର ମୂଲ୍ୟବୋଧ ବଢିବ ନାହିଁ। ଶେଷରେ ସେହି ସୁନା ଚେନ ଜୀବନ ହାନିର କାରଣ ସାଜିବ।

କାରଣ ଲୁଟେରାଙ୍କ ନଜର ସୁନା ଚେନ ଉପରେ। ତେଣୁ ସୁନା ଚେନ ଲୁଟିବା ପାଇଁ ଲୁଟେରା ବା ଡକାୟତ ଆପଣଙ୍କ ଜୀବନ ନେବାକୁ ପଛାଇବ ନାହିଁ। ଏହି ଭୂଷଣ ପାଇଁ ଯଦି ଆମର ମୂଲ୍ୟବାନ ଜୀବନ ଦୀପ ଲିଭି ଯାଉଛି ତାହାହେଲେ ଆମେ ସେ ଭୂଷଣ ପଛରେ କାହିଁକି ଧାଇଁବା। ଯଦି ଆମେ ଯଦି ଜୀବନରେ ସତ କଥା କହିଥିବା ତାହାହେଲେ ସେହି ସତ୍ୟ ଆମକୁ ବହୁ ବିପଦରୁ ରକ୍ଷା କରିବ। କିନ୍ତୁ ମିଛ କହି ଟଙ୍କା ରୋଜଗାର କରି ସୁନା ହାର ପକାଇଲେ ତାହା ଆମ ଜୀବନ ହାନିର କାରଣ ସାଜିବ। ତେଣୁ ବନ୍ଧୁଗଣ ସମୟ ଥାଉ ଥାଉ ସଜାଗ ରହିବା। ସୁନା ଚେନ ବଦଳରେ ସତ କଥା କହି ଆମେ କଣ୍ଠର ଭୂଷଣ ବଢାଇବା।

ସେହିପରି କାନର ଭୂଷଣ ହେଉଛି ଶାସ୍ତ୍ର ଶୁଣିବା। ଶାସ୍ତ୍ର ଶୁଣିଲେ କାନର ଭୂଷଣ ବୃଦ୍ଧି ପାଏ। ହେଲେ ଆମେ ଶାସ୍ତ୍ର ଶୁଣିବାକୁ ଭଲ ପାଉନାହୁଁ। ଆମେ କାନରେ ଦାମିକିଆ ଗହଣା ଲଗାଉଛୁ। ଗହଣା ଖଞ୍ଜିବା ପାଇଁ ପ୍ରତିଯୋଗିତା ଚାଲୁଛି। କିଏ କେତେ ଦାମିକିଆ ଗହଣା କାନରେ ଖଞ୍ଜି ପାରୁଛି। ହେଲେ ସେହି ଭୂଷଣ ପାଇଁ ଜୀବନ ମଧ୍ୟ ଯାଉଛି। କାରଣ ଏହି ଭୂଷଣ ଲୁଟିବା ପାଇଁ ଲୁଟେରା ଯୋଜନା କରୁଛି। ଲୁଟିବା ବେଳେ ଯିଏ ପ୍ରତିବାଦ କରୁଛି ଲୁଟେରା ବନ୍ଧୁକ ଚଳାଇବା ପାଇଁ ପଛାଉ ନାହିଁ।

ଆମେ ଶେଷରେ ଏହି ଭୂଷଣ ପାଇଁ ଗୁଳି ଖାଉ। ଗୁଳି ଖାଇ ଆମ ଜୀବନ ଯାଉଛି। ତଥାପି ମଣିଷ ବୁଝି ପାରୁନାହିଁ କାନର ପ୍ରକୃତ ଭୂଷଣ କଣ। ସେ ମାୟା ମିରିଗ ଭଳି ନକଲି ଭୂଷଣ ପଛରେ ଧାଇଁ ଧାଇଁ ଜୀବନର ମୂଲ୍ୟବାନ ସମୟକୁ ନଷ୍ଟ କରୁଛି। ଶେଷ ଜୀବନ ଯିବା ବେଳକୁ ଅସଲି ଭୂଷଣ ଗାନ କରାଯାଉଛି ଜୀବନ ଭଲରେ ବୈକୁଣ୍ଠକୁ ଯିବା ପାଇଁ। ଅର୍ଥାତ ଯଦି ବୃଦ୍ଧ କାଳରେ ଘୋଷାରି ଘୋଷାରି ମଣିଷ ବଞ୍ଚୁଛି ତାହାହେଲେ ପରିବାର ଲୋକେ ପୁରାଣ ଶାସ୍ତ୍ର ପଢୁଛନ୍ତି ଜୀବନ ଭଲରେ ଯିବା ପାଇଁ।

ହେଲେ ଜୀବନ ସାରା ନକଲି ଭୂଷଣ ପଛରେ ଧାଇଁ ଶେଷ ଜୀବନରେ ଅସଲି ଭୂଷଣ ଗାନ ହେବା ବେଳକୁ ନେଢ଼ି ଗୁଡ଼ କହୁଣିକୁ ବୋହି ଯାଉଛି। ସେତେବେଳେ ଆମର ଇଚ୍ଛା ଥିଲେ ମଧ୍ୟ ଆମ ଶରୀର ଓ ଆମ ମସ୍ତିଷ୍କ ଆମକୁ ଅନୁମତି ଦେଉନାହିଁ ବାର୍ଦ୍ଧକ୍ୟ ଜନିତ କାରଣ ପାଇଁ। ତେଣୁ ବନ୍ଧୁଗଣ ଆମେ ଏବେଠୁ ଆମର ତୃତୀୟ ନୟନ ଖୋଲିବା। ଭଲ ମନ୍ଦ ବିଚାର କରିବା। ବସ୍ତୁବାଦୀ ଦୁନିଆରୁ କିଛି ସମୟ ବାହାର କରି ଶାସ୍ତ୍ର ଶ୍ରବଣ କରିବା।

ବନ୍ଧୁଗଣ ଆମେ ଆମ ଜୀବନରେ ଯଦି ଏହି ତିନୋଟି ଭୂଷଣ ବ୍ୟବହାର କରିପାରିବା ତାହାହେଲେ ଆମର ସୁବର୍ଣ୍ଣ ରୂପକ ଭୂଷଣର ପ୍ରୟୋଜନ ନାହିଁ।

ବନ୍ଧୁଗଣ ଆମେ ପ୍ରକୃତ ଭୂଷଣ କଥା ଜୀବନରେ କେବେ ଭାବୁନୁ। ଆମେ କେବଳ ନିଜ ଆବଶ୍ୟକତା ପୂରଣ କରିବା ଚକ୍କରରେ ଜୀବନର ସବୁତକ ମୂଲ୍ୟବାନ ସମୟ ଅପଚୟ କରୁଛୁ। ହେଲେ ବାସ୍ତବ ଭୂଷଣ କଣ ତାହା ଜାଣି ପାରୁ ନାହୁଁ। ଏହାଦ୍ୱାରା ଆମର ଜୀବନ ସାର୍ଥକ ହେଉନାହିଁ। ଆମେ ବିଭିନ୍ନ ପ୍ରକାର ମାନସିକ ରୋଗରେ ଛଟପଟ ହେଉଛୁ। ହେଲେ ଏଥିରୁ ମୁକୁଳି ପାରୁନାହୁଁ.....

ତେଣୁ ବନ୍ଧୁଗଣ ସମୟ ଶେଷ ହୋଇଯିବା ଆଗରୁ ଆସନ୍ତୁ ନା ଟିକେ ଆତ୍ମସମୀକ୍ଷା କରିନେବା। ଆମ ଜୀବନର ପ୍ରକୃତ ଭୂଷଣ କଣ ତାହା ଜାଣିନେବା।

ସୋମର ବ୍ଲଗ ଆଜି ପାଇଁ ଏତିକି। ପୁଣି ଆଗାମୀ ଏପିଷୋଡ଼ରେ ଆପଣଙ୍କ ସୋମ ଆପଣଙ୍କ ପାଇଁ ନେଇ ଆସିବ ମୋରାଲ ନଲେଜ ଥିବା ଆଉ ଏକ ଶ୍ଳୋକ।

ଟିଲ ଦେନ ବାଏ ବାଏ ମୋ ନିଝୁମ ରାତିର ସୁଇଟ ଫ୍ରେଣ୍ଡସ....

Want your business to be the top-listed Media Company in Rourkela?
Click here to claim your Sponsored Listing.

Telephone

Address


Sector/7, C/253
Rourkela
769003

Opening Hours

Monday 9am - 9pm
Tuesday 9am - 9pm
Wednesday 9am - 9pm
Thursday 9am - 9pm
Friday 9am - 9pm
Saturday 9am - 9pm
Sunday 9am - 9pm