Pingua

Pingua

Share

26/04/2026

"ଜଣେ ବିକାଶର ବାଉଁଶ, ଆଉ ଜଣେ ଦୁର୍ନୀତିର ଅଂଶ ଏଇ ଡେଙ୍ଗା ଗେଡା ଯୋଡ଼ିରେ ହିଁ ଅଞ୍ଚଳର ସର୍ବନାଶ! 🚩💰"
ଜୟ ଜଗନ୍ନାଥ 🙏🏻🚩

26/04/2026

କାଲି କ’ଣ ହେବ କେହି ଜାଣନ୍ତି ନାହିଁ, ତେଣୁ ଆଜିର ଦିନକୁ ଖୁସିରେ ବଞ୍ଚନ୍ତୁ। ନିଜ ପରିବାର ଓ ପ୍ରିୟଜନଙ୍କ ସହ ସମୟ ବିତାନ୍ତୁ। କାହା ମନରେ କଷ୍ଟ ଦିଅନ୍ତୁ ନାହିଁ, କାରଣ ସମୟ ଥରେ ଗଲେ ପୁଣି ଫେରିବା ଅସମ୍ଭବ।
ଜୟ ଜଗନ୍ନାଥ 🙏🏻🚩

24/04/2026

ହଜିଗଲା ଏକ ନିର୍ଭୀକ ସ୍ୱର... 🖋️
ଢେଙ୍କାନାଳର ବରିଷ୍ଠ ସାମ୍ବାଦିକ ବନ୍ଧୁ ଅମରେନ୍ଦ୍ର ଦାସଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ସ୍ତବ୍ଧ। ସେ କେବଳ ଜଣେ ସାମ୍ବାଦିକ ନଥିଲେ, ବରଂ ସମାଜର ଅନ୍ଧକାର ଦୂର କରିବା ପାଇଁ ଜଣେ ସାହସୀ କଲମର ସୈନିକ ଥିଲେ। ତାଙ୍କର ସତ୍ୟନିଷ୍ଠା ଓ ନିର୍ଭୀକ ସାମ୍ବାଦିକତା ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣା ହୋଇ ରହିବ।
ବନ୍ଧୁ, ତୁମେ ଆଜି ଆମ ଗହଣରେ ନାହଁ ସତ, କିନ୍ତୁ ତୁମର କାର୍ଯ୍ୟ ଓ ସ୍ମୃତି ଆମ ହୃଦୟରେ ଚିରକାଳ ଅମର ରହିବ।
ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।
ଓଁ ଶାନ୍ତି! 🙏
#ଅମରେନ୍ଦ୍ରଦାସ #ଶ୍ରଦ୍ଧାଞ୍ଜଳି #ଓଁଶାନ୍ତି

24/04/2026

ଲୋକେ ଆପଣଙ୍କ ବିଷୟରେ କ’ଣ କହୁଛନ୍ତି, ସେଥିରେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ସେମାନଙ୍କ କଥାକୁ ଶକ୍ତି ଭାବେ ଗ୍ରହଣ କରନ୍ତୁ। ନିଜ କାମରେ ଏମିତି ଜବାବ ଦିଅନ୍ତୁ ଯେ ସମାଲୋଚନା କରୁଥିବା ମୁହଁଗୁଡ଼ିକ ଦିନେ ପ୍ରଶଂସା କରିବାକୁ ବାଧ୍ୟ ହେବେ।
ଜୟ ଜଗନ୍ନାଥ 🙏🏻🚩

23/04/2026

ଯେଉଁ ମାଟିର ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ, ସେଇ ମାଟିର ଆଉ ଜଣେ ଝିଅ ଆଜି ଦିଲ୍ଲୀ ବଜାରରେ ବିକ୍ରି ହେଉଛି!
ସରକାର ବାହାଦୂର ୩୩% ସଂରକ୍ଷଣର 'ଲଲିପପ୍' ଦେଖାଇ ରାସ୍ତାରେ ନାଚୁଛନ୍ତି ସତ, କିନ୍ତୁ ବାସ୍ତବତାର ଏହି କୁରୂପ ଚେହେରା ଦେଖିବାକୁ ବୋଧେ ତାଙ୍କ ପାଖରେ ସମୟ ନାହିଁ।
ନାରୀ ସୁରକ୍ଷା କେବଳ ଭାଷଣରେ ସୀମିତ, ଶାସନରେ ନୁହେଁ। ଏଇଟା କଣ ଆମର ନାରୀ ସଶକ୍ତିକରଣ? ଏଇଟା ବିକାଶ ନୁହେଁ, ବରଂ ବିକାଶ ନାଁରେ ଏକ ବଡ଼ 'ବିକୃତି'।
ଧିକ ଏହି ବ୍ୟବସ୍ଥାକୁ! 😡📢
ଜୟ ଜଗନ୍ନାଥ 🙏🏻🚩

Want your public figure to be the top-listed Public Figure in Dhenkanal?
Click here to claim your Sponsored Listing.

Category

Website

Address


Dhenkanal