C N I

C N I

Share

Photos from C N I's post 10/07/2026

ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ।
ମତ୍ସ୍ୟ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ସରକାରୀ ଯୋଜନାର ସଦୁପଯୋଗ ଉପରେ ଗୁରୁତ୍ୱ
କଟକ,ତା.୧୦.୦୭.୨୦୨୬ ରିଖ - ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ଆଜି ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସୁଶାନ୍ତ ନାୟକ ଓ ମଣ୍ଡଳ ସମବାୟ ନିରୀକ୍ଷକ ଶ୍ରୀ ରମେଶ ସ୍ଵାଇଁ ଓ ସଫଳ ମତ୍ସ୍ୟ ଉଦ୍ୟୋଗୀ ଶ୍ରୀ ସୌରଭ ବିଶ୍ୱାଳ ଯୋଗ ଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଉପ-ମତ୍ସ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ବବିତା ମହାନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ୧୯୫୭ ମସିହା ଜୁଲାଇ ୧୦ ତାରିଖ ଦିନ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସରକାରୀ ମାଛଫାର୍ମରେ କାର୍ପ ମାଛର କୃତ୍ରିମ ପ୍ରଜନନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା । ଏହି ମହତ୍ଵପୂର୍ଣ୍ଣ ଐତିହାସିକ ସଫଳତାକୁ ମନେ ରଖିବା ପାଇଁ ପ୍ରତି ବର୍ଷ ରେ ଜୁଲାଇ ୧୦ ତାରିଖକୁ ସାରା ଭାରତରେ ଜାତୀୟ ମତ୍ସ୍ୟଜୀବୀ ଦିବସ ରୂପେ ପାଳନ କରାଯାଉଛି । ରାଜ୍ୟର ପ୍ରଗତି ଓ ବିକାଶରେ ମତ୍ସ୍ୟଜୀବୀ / ମତ୍ସ୍ୟଚାଷୀ / ମତ୍ସ୍ୟ ଉଦ୍ୟୋଗୀ / ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଅବଦାନକୁ ସ୍ମରଣ କରିବା ସହ ଆଧୁନିକ ଜ୍ଞାନ କୌଶଳର ପ୍ରସାର ଓ ପରିବେଶକୁ ସୁରକ୍ଷିତ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ମତ୍ସ୍ୟଚାଷୀମାନଙ୍କୁ ଅବଗତ କରାଯାଇଥିଲା । ଏଥିସହ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ଵ ମତ୍ସ୍ୟଚାଷୀ, ମତ୍ସ୍ୟ ଉଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାର ଅଗ୍ରଣୀ ମତ୍ସ୍ୟଚାଷୀ ଓ ସଫଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶ୍ରୀମତୀ ସଞ୍ଜନା ସାମଲ, ସହକାରୀ ମତ୍ସ୍ୟ ଅଧିକାରୀ,ମୁଖ୍ୟ କାର୍ଯ୍ୟାଳୟ ଧନ୍ୟବାଦ ଅର୍ପଣ କରିଥିଲେ ।

09/07/2026

ବର୍ତ୍ତମାନ ସମୟରେ ଓଡ଼ିଶାର ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ସୋସିଆଲ ମିଡିଆରେ ଅନେକ ନାଗରିକ ନିଜ ମତାମତ ପ୍ରକାଶ କରୁଛନ୍ତି। କେତେକ ପୋଷ୍ଟରେ ବର୍ତ୍ତମାନର DGPଙ୍କ ପରିବର୍ତ୍ତନର ଦାବି ମଧ୍ୟ ଉଠୁଥିବା ଦେଖିବାକୁ ମିଳୁଛି।
ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କର ଆଇନସମ୍ମତ ଭାବରେ ମତ ପ୍ରକାଶ କରିବାର ଅଧିକାର ରହିଛି। ତେବେ କୌଣସି ବ୍ୟକ୍ତି କିମ୍ବା ପଦାଧିକାରୀଙ୍କ ବିରୋଧରେ ଅପ୍ରମାଣିତ ଅଭିଯୋଗ କିମ୍ବା ଭ୍ରାନ୍ତ ସୂଚନା ପ୍ରଚାର ନକରି, ତଥ୍ୟ ଓ ପ୍ରମାଣ ଆଧାରିତ ମତାମତ ଦେବା ଉଚିତ।
ଆଇନ-ଶୃଙ୍ଖଳା ସମ୍ପର୍କିତ ଜନସାଧାରଣଙ୍କ ଚିନ୍ତା ଓ ପ୍ରସ୍ତାବକୁ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ବିଚାର କରି ଜନସ୍ୱାର୍ଥରେ ଉଚିତ ପଦକ୍ଷେପ ନେବେ ବୋଲି ସାଧାରଣ ଆଶା ରହିଛି।
ସଚେତନ ନାଗରିକ ହୁଅନ୍ତୁ....ତଥ୍ୟ ଯାଞ୍ଚ କରନ୍ତୁ, ପୋଷ୍ଟ କରନ୍ତୁ ମତାମତ ଦିଅନ୍ତୁ।

08/07/2026

ଇଣ୍ଡୋନେସିଆରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର କଥା କହିଲେ ପ୍ରଧାନମନ୍ତ୍ରୀ।

Want your business to be the top-listed Media Company in Cuttack?
Click here to claim your Sponsored Listing.

Website

Address


Cuttack