Samaj Vikash Mission

Samaj Vikash Mission

Share

Photos from Samaj Vikash Mission's post 25/09/2022

ଉର୍ମିଳା ସାହୁ ନାମକ ଏହି ବୁଢ଼ୀ ମାଉସୀ ଘର ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ରେ ।
ସେ ଦୀର୍ଘ ବର୍ଷ ହେବ ନିଶ୍ଚିନ୍ତକୋଇଲି ବ୍ଲକ ଇସାଣିବରମପୁର ଗ୍ରାମର ଜରାନିବାସ ରେ ରହି ଆସୁଥିଲେ ।
ବୃଦ୍ଧା ଅବସ୍ଥା କାରଣରୁ ବିଗତ ଏକମାସ ହେବ ଶଯ୍ୟାଶାୟୀ ଥିଲେ ।
ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିଲା ।
ତାଙ୍କର ଅନ୍ତେଷ୍ଠ କ୍ରିୟା ପାଇଁ ଜରାନିବାସ ସଂସ୍ଥା ତରଫରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ
ସମାଜ ବିକାଶ ମିଶନ୍ ର ସାହାଯ୍ୟ ଲୋଡିଥିଲେ ।
ଖବରପାଇ ଅନୁଷ୍ଠାନ ର ଝିଅ ଓ ପୁଅ ସ୍ବେଚ୍ଛାସେବୀ ମାନେ ସେହି ମାଉସୀ ଙ୍କର ଶେଷକୃତ୍ୟ ଯଥାବିଧି ସମ୍ପନ୍ନ କରିଥିଲେ ।

Photos from Samaj Vikash Mission's post 19/08/2022

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କିଛି ବନ୍ୟା ପ୍ଲାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କୁ ସେବା ଅନୁଷ୍ଠାନ ସମାଜ ବିକାଶ ମିଶନ ତରଫରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଶୁଖିଲା ଖାଦ୍ୟ ଇତ୍ୟାଦି ରିଲିଫ୍ ଆକାରରେ ଯୋଗାଇ ଦିଆଗଲା।

Photos from Samaj Vikash Mission's post 11/08/2022

ସୂତା କେଇଟା,
କିଏ ସେଠି ଭରି ଦେଲା ଏତେ ମମତା !
ସବୁ କିଛି ଛିଡି ଯାଏ,
ସବୁ ରଙ୍ଗ ଉଡି ଯାଏ,
ଶ୍ରଦ୍ଧା ଧରି ରଖି ଥାଏ ଅଛିଣ୍ଡା ସୂତା !!
ସେ ସୂତାର ନାଆଁ ରାକ୍ଷୀ,
ସ୍ନେହ ଧରି ଥାଏ ରଖି,
ସବୁ କିଛି ସରି ଯାଏ,
ଫୁଲ ଫୁଟି ଝରି ଯାଏ,
ସୂତା ଧରି ରଖି ଥାଏ ଅସରା ଗାଥା !!!
ଆଜିର ଏହି ବିଶେଷ ଦିନରେ ଆମ ଜୀବନ ରକ୍ଷକ
🌱 ବୃକ୍ଷ 🌳
ଙ୍କୁ ପବିତ୍ର ରକ୍ଷା ବନ୍ଧନର ଧାଗା ବାନ୍ଧି ଆମେ ସେବା ଅନୁଷ୍ଠାନ
ସମାଜ ବିକାଶ ମିଶନ୍ ର ସାଥୀମାନେ ସଂକଳ୍ପ ନେଉଛୁ ଆମ ସମାଜକୁ ସବୁଜ ସୁନ୍ଦର ସବୁଜ ବନାନୀ କରିବାଲାଗି ତୁମର ସୁରକ୍ଷା ପାଇଁ ଆଜୀବନ ତତ୍ପର ରହିବୁ..🙏🏻
#ମିଶନ୍_ସବୁଜ_ବନାନୀ

Want your organization to be the top-listed Non Profit Organization in Cuttack?
Click here to claim your Sponsored Listing.

Culinary Team

Attire

Website

Address


NISCHINTAKOILI
Cuttack
754207