Ganjam Calling

Ganjam Calling

Share

Photos from ଓଡ଼ିଆ ଜହ୍ନମାମୁଁ ପ୍ରେମୀ / ପ୍ରଶଂସକ  Odia Jahnamamu Lovers's post 23/03/2026
18/02/2026

ଖଣିର ହାଲଚାଲ🌾

ଟିକେ ଆଗରୁ ଖବର ଆସି ପହଞ୍ଚିଲା “ତିନି ଶଗଡ଼ ଚାଉଳ ପଡ଼ି ଖଣି ମୁଦ ହେଇଗଲା l”

-ହେଇଗଲା, ଯାହା ହଉ l

ଏବର୍ଷ ଶାମା ମସୁରୀ, ମାଛକଣ୍ଟା, ଆର୍ଜେଲି, କାଶ୍ମୀର କେଶରୀ ଭଳି ଚାଉଳ ଖଣିରେ ପଡ଼ିଚି l ବଡ଼ ପଡ଼ିକି ଠିକଣା ଭାବେ ମଇ, ଚିତି, ନଡ଼ା ଦିଆ ହେଇଚି l ମାଟି ବୋଳା ସରିଛି l ପଅରଦିନ ଆଡ଼କୁ ଗୋବର ଲିପା ହେବ l

ଖଣିର ହାଲଚାଲ୍ ଠିକ୍ ଅଛି l ଖଣିପକା ଉଆ ଏଇଠୁ ବାହାରିବେ l କୁ ଏଇ ଖଣିରୁ ଚାଉଳ ଆଇବେ l

ଚଷା ଘର କାହା ମୁହଁରୁ “ଗୋସେଇଁ ମାହାପୁରୁ, ଏଇଲାଗେ ଖଣିର ପାଇଟିପତର ସବୁ ସରିଲା” ବୋଲି ଶୁଣିଦେଲେ ଆଉ ଚାଉଳ ଖଣିର ଡୁମଟାକୁ ଦେଖି ଦେଲେ ପେଟ ଭର୍ତ୍ତି ହେଇଗଲା ଭଳି ଲାଗେ l ଅନ୍ନଦାତାଙ୍କ ନିକଟରେ କୃତଜ୍ଞ l

ଆଜିକାଲି ଖଣି ବିରଳ l ଗଞ୍ଜାମକୁ ଛାଡ଼ି ଦେଲେ ଅନ୍ୟ କୋଉଠି ଖଣି ଦେଖି ନାହିଁ l ହଁ, ଗଞ୍ଜାମରେ ମଧ୍ୟ ଆଗ ଭଳି ଆଉ ଖଣି ପକା ହଉନି ବୋଲି କହିଲେ ଚଳେ l କଂକ୍ରିଟାୟନ ସଭ୍ୟତା, ବ୍ୟବସ୍ଥାର କର୍ମକୋଢ଼ିଆ ନୀତି ସବୁ କିଛିକୁ ଯେତେବେଳେ ଧ୍ବଂସ କରିଦେଲାଣି, ସେତେବେଳେ ଏ ଚାଉଳ ଖଣି ବର୍ତ୍ତିବ ବା କେମିତି ?

ଆପଣଙ୍କ ଅଞ୍ଚଳରେ ଖଣି ପଡ଼େ କି ?

Want your business to be the top-listed Travel Agency in Chatrapur?
Click here to claim your Sponsored Listing.

Website

Address


Chatrapur
761020