Deepak
06/03/2025
ନେତା ହେବ ତ ଏମିତି ବାପୁ ଭାଇଙ୍କ ଭଳି
ଗତକାଲି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ଫେରୁଥିବା ସମୟରେ ନେଳିଆ ଛକରେ କାଳିଆ ଭାଇଙ୍କ ଦୋକାନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାର ଦେଖି ତୁରନ୍ତ ସେଠି ଅଟକି ଯାଇଥିଲେ ବଡ଼ଚଣାର ବିଧାୟକ ଅମର ନାୟକ ଓ ତାଙ୍କ ସୁରକ୍ଷାକର୍ମୀଙ୍କ ବିଜେପିର ଦଳୀୟ କର୍ମୀ ସେଠାରେ ରହିବା ସହ ନିଆଁ ଲିଭେଇଲେ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା କାଳିଆ ଭାଇଙ୍କ ପରିବାରକୁ ତତକ୍ଷଣତ ଖବର ଦିଆଯାଇଥିଲା । କାଳିଆ ଭାଇ ଗୋଟେ ଛୋଟ ଜଳଖିଆ ଦୋକାନ କରି ନିଜର ପରିବାର ପୋଶୁଛି ଘରପୋଡିଠୁ ବଡ ବିପଦ ନାହିଁ, ତେବେ ଏଭଳି ଏକ ଦୁଃଖଦ ପରିସ୍ଥିତି ଭିତରେ କାଳିଆ ଭାଇଙ୍କ କେଇପଦ କଥା ବିଧାୟକ ଓ ସେଠାରେ ଥିବା ଦଳୀୟ କର୍ମୀଙ୍କୁ କାଳିଆ ଭାଇଙ୍କ କଥା ଭାବ ବିହ୍ୱଳ କରିଥିଲା । ସେ ଯେତେବେଳେ ବାପୁ ଭାଇଙ୍କୁ କହିଲେ କି "ମୁଁ ସିନା ମୋ ପରିବାର ଜଗିଛି, କିନ୍ତୁ ସମଗ୍ର ବଡ଼ଚଣାକୁ ତମେ ଜଗିଛ,ମୋର ଭୋଟ ବ୍ୟର୍ଥ ଯାଇନି"
ଏ କଥା କେଇପଦରେ ବିଧାୟକ (ବାପୁ ଭାଇଙ୍କ) ଆଖି ଛଳଛଳ ହୋଇଗଲା।
Click here to claim your Sponsored Listing.
Category
Contact the public figure
Telephone
Website
Address
Chandikhole
Bhubaneswar
755049