aita dunia

aita dunia

Share

(ଏଇତ ଦୁନିଆଁ ) ଏ ଦୁନିଆଁରେ ପ୍ରତ୍ୟକ ଦିନ ଅନେକ ଘଟଣା ଘଟୁଛି ସେହିସବୁ ସତ୍ୟ ଘଟଣା କୁ ଆପଣ ମାନଙ୍କ, ସାମ୍ନା କୁ ଆଣିବା ଆମର ଲକ୍ଷ୍ୟ, ଆମ ସହ ଯୋଡ଼ିହେବା ପାଇଁ ଚାହୁଁଥିଲେ ଆମକୁ Follow କରନ୍ତୁ,
ଆମ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ 7894515139

30/05/2026

ଅନୁଗୋଳ ଜିଲ୍ଲା ବଇଣ୍ଡା, ଶିକ୍ଷକ ପଡା ଗ୍ରାମର ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ସାହୁ ଙ୍କ ଘରୁ ଏକ ୩ଫୁଟର ନାଗ ସାପ ଉଦ୍ଧାର କରାଯାଇଛି,। ସୂଚନା ଅନୁଯାଇ ଅକ୍ଷୟ କୁମାର ସାହୁ ଘର ଭିତରେ ସନ୍ଧ୍ୟା ପ୍ରାୟ ୬, ୪୦ ଟା ସମୟ ରେ ୩ଫୁଟ ର ନାଗ ସାପ କୁ ଦେଖିଥିଲେ,। ସାପ କୁ ଦେଖି ସେ ମାଧପୁର ଅଞ୍ଚଳ ର ସାପ ଉଦ୍ଧାର କାରୀ ସିଦ୍ଧେଶ୍ବର ରଥ ଙ୍କୁ ଜଣାଇ ଥିଲେ ଶ୍ରୀରଥ ତାଙ୍କ ସହଯୋଗୀ ଶିବୁ ମହାପାତ୍ର,ଶିକ୍ଷକ ପଡା ଗ୍ରାମରେ ପହଞ୍ଚି ତାଙ୍କ ଘରୁ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ରେ ଛାଡିଥିଲେ ,।

29/05/2026

କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ମେରାଇନ ଥାନାରେ ଘଟିଥିବା ଏକ ଚର୍ଚ୍ଚିତ ଘଟଣାକୁ ନେଇ ଓଡିଶା ପୋଲିସ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଥାନାକୁ FIR ଦେବାକୁ ଆସିଥିବା ଜଣେ ମା’ ଓ ପୁଅଙ୍କୁ ଥାନା ଭିତରେ ଅମାନବିକ ବ୍ୟବହାର ସହ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ଆସିବା ପରେ ଓଡିଶା ପୋଲିସ ଡିଜି କଡ଼ା ପଦକ୍ଷେପ ନେଇଛନ୍ତି।
ସୂଚନା ଅନୁଯାୟୀ, ଅଭିଯୋଗ ନେଇ ମା’–ପୁଅ ଦୁଇଜଣ ତାଳଚୁଆ ମେରାଇନ ଥାନାକୁ ଯାଇଥିଲେ। କିନ୍ତୁ FIR ରଖିବା ପରିବର୍ତ୍ତେ ସେମାନଙ୍କୁ ଥାନା ଭିତରେ ଅଟକ ରଖି ମାଡ଼ମାରା ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣା ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ତଦନ୍ତରେ ଅଭିଯୋଗର ସତ୍ୟତା ମିଳିବା ପରେ ଓଡିଶା ପୋଲିସ ଡିଜି ସନ୍ଧ୍ୟାରାଣୀ ଜେନାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଥିବା ସୂଚନା ମିଳିଛି। ଘଟଣାକୁ ନେଇ ସାଧାରଣ ଲୋକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ପୋଲିସ ବିଭାଗରେ ଏଭଳି ଆଚରଣ କେବେ ବର୍ଦ୍ଦାସ୍ତ କରାଯିବ ନାହିଁ ବୋଲି ଉଚ୍ଚ ଅଧିକାରୀମାନେ କହିଛନ୍ତି। ବର୍ତ୍ତମାନ ସମଗ୍ର ଘଟଣାର ଅଧିକ ତଦନ୍ତ ଚାଲିଛି ଏବଂ ଆଗାମୀ ଦିନରେ ଅଧିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି।

28/05/2026

ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ବର ମତ୍ସ୍ଯବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ କରା ଯାଇଛି, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ 28 ରୁ 29 ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ବିଜୁଳି ଘଡ଼ଘଡ଼ି ଓ ବର୍ଷା ସହିତ ପବନ ବହିବ, ସମୂଦ୍ର ଅଶାନ୍ତ ରହିବ, ତେଣୁ ନିଜ ନିଜର ଡଙ୍ଗା ଓ ମାଛଧରା ଉପକରଣ ଗୁଡ଼ିକ ସୁରକ୍ଷିତ ସ୍ଥାନରେ ରଖିବା ସହିତ ନିଜେ ସୁରକ୍ଷିତ ରହିବା ପାଂଇ ସତର୍କ କରା ଯାଇଛି,

Want your business to be the top-listed Realtor/realty Service in Balasore?
Click here to claim your Sponsored Listing.

Telephone

Website

Address


Balasore