Dindayal mail

Dindayal mail

Share

Photos from Dindayal mail's post 12/03/2026
Photos from Dindayal mail's post 12/03/2026

** ପି ଏମ ଶ୍ରୀ ଜର୍ଜ ହାଇସ୍କୁଲ ରେ ୟୁଥ୍ ଏଣ୍ଡ୍ ଇକୋ କ୍ଲବ୍ ଏନୁଆଲ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି **
ଆଜି ତା ୧୨.୦୩. ୨୦୨୬ ଗୁରୁବାର ଦିନ ପି ଏମ ଶ୍ରୀ ଜର୍ଜ ଉଚ୍ଚ ବିଦ୍ୟାଳୟରେ ପୂର୍ବାହ୍ନ ୧୦.୩୦ ରେ ପି ଏମ ଶ୍ରୀ ଯୋଜନା ଅନ୍ତର୍ଭୁକ୍ତ ୟୁଥ୍ ଏଣ୍ଡ୍ ଇକୋ କ୍ଲବ୍ ଏନୁଆଲ୍ ମିଟ୍ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ବିଶିଷ୍ଟ କବି ଏବଂ ସାହିତ୍ୟ ଅନୁରାଗୀ ଶ୍ରୀଯୁକ୍ତ ଦିବ୍ୟ କିଶୋର ଦେବତା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମଜା ପତି ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ସଦସ୍ୟ ଶ୍ରୀ ଅଭିମନ୍ୟୁ ପ୍ରଧାନ ଯୋଗଦାନ କରିଥିଲେ । ଅତିଥି ମାନେ ଆମର ଅପରିଣାମ ଦର୍ଶିତା ଏବଂ ସକାରାତ୍ମକ ଚିନ୍ତନ୍ ର ଅଭାବ ପାଇଁ ବର୍ତ୍ତମାନ ପୃଥିବୀର ଅବସ୍ଥା ଦୁର୍ବିସହ ହୋଇ ପଡ଼ି ଥିବା ଏବଂ ଆମେ ଏକ ଆସନ୍ନ ତୃତୀୟ ବିଶ୍ବଯୁଦ୍ଧ କୁ ସାମ୍ନା କରୁଥିବା କଥା ସୂଚାଇ ଥିଲେ । ଏହି ସମସ୍ୟା ଠାରୁ ମୁକୁଳିବାକୁ ହେଲେ ଆମେ ଆମର ମାଟି, ପାଣି, ପବନ କୁ ଭଲପାଇବା ର ନିତାନ୍ତ ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ଆମେ ଆମର ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ ଆମକୁ ଏକ ପ୍ଲାଷ୍ଟିକ ମୁକ୍ତ ଦୁନିଆଁ ସୃଷ୍ଟି କରିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ ‌। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ଦାଶ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭାପତି ଙ୍କ ନିର୍ଦ୍ଦେଶ ମୁତାବକ ସଭା କାର୍ଯ୍ୟ ସାଙ୍ଗ କରିଥିଲେ । ଆଜି ର କାର୍ଯ୍ୟକ୍ରମ କୁ ସଫଳ କରିବାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୟୁଥ୍ ଏଣ୍ଡ୍ ଇକୋ କ୍ଲବ୍ ର ଛାତ୍ର ସଦସ୍ୟ ମାନଙ୍କ ସକ୍ରୀୟ ସହଯୋଗ ଏବଂ ବଳିଷ୍ଠ ଭୂମିକା ରହିଥିଲା ।

05/01/2025

ଗା ଇନେ-ଏସ୍ ଥେଟିକ୍ କର୍ମଶାଳା
ତା-୪-୧-୨୪
ଓଡ଼ିଶା ର ପ୍ରଥମ Cosmetic Gynecology ୟୁନିଟ ଏବଂ ପୂର୍ବ ଭାରତ ର ପ୍ରଥମ Vulvar କ୍ଲିନିକ୍ ,Dr Shakti And Dr Ipsita Skin-Fertility institute, ବରଗଡ଼ ରେ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଦ୍ଵାରା ଉଦ୍ଘାଟିତ ହୋଇ ଥିଲା।
ଏହାସହିତ
ଆଜି ବରଗଡ ସ୍ବୟଂ ସିଦ୍ଧା ଭବନ ଠାରେ ଓଡ଼ିଶା ର ପ୍ରଥମ କସ୍ ମେଟିକ୍ ଗା ଇନୋକୋଲୋଜି ସମ୍ପର୍କିତ "ଗା ଇନୋ ଏସ୍ଥେଟିକ୍ କର୍ମଶାଳା " ଓଡିଶାର ଶହେରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ ଡାକ୍ତରଙ୍କ ଗହଣରେ ଉଦଘାଟିତ ହୋ ଇ ଯା ଇଛି। ଡଃ ଶକ୍ତି କୁମାର ତ୍ରିପାଠି ଓ ଡାଃ ଈପ୍ସିତା ଦେବତାଙ୍କ ବଳିଷ୍ଠ ଉଦ୍ୟମ ରେ
ଏହି କସ୍ ମେଟିକ୍ ଗା ଇ ନୋକୋଲୋଜି ଲାଇଫ କର୍ମଶାଳା ରେ ଡଃ ଶକ୍ତି ଓ ଡଃ ଈପ୍ସିତା ଅପରେଟିଂ ଫେକଲ୍ଟି ଭାବରେ ବହୁ ନୂତନ ସର୍ଜରୀ ର ସିଧସଳଖ ପ୍ରସାରଣ କରିଥିଲେ। ଏଠାରେ କୁନି କଳାକାର ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସିତ ହୋଇ ଥିଲା। ସ୍ତ୍ରୀ ରୋଗ ନିରାକରଣ ,ସୌନ୍ଦର୍ଯ୍ୟ ବିଜ୍ଞାନ , କସ୍ ମେଟିକ୍ ଗା ଇନୋକୋଲୋଜି ଓ ରେଗେନେରତିଭ ମେଡ଼ିସିନ୍ କ୍ଷେତ୍ର ରେ ଏହି ଅନୁଷ୍ଠାନ ଏକ ଅଭିନବ ଓ ଅନନ୍ଯ ସଫଳତା ପ୍ରଦାନ କରିଛି ଓ ଉଚ୍ଚ ପ୍ରଶଂସିତ ହୋଇଛି

Want your business to be the top-listed Media Company in Rourkela?
Click here to claim your Sponsored Listing.

Website

Address

Rourkela